Odisha Link
Bridging the Missing Links in Odisha

ଗୃହରେ କାହିଁକି କାନ୍ଦିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୃହରେ ଶୋକବାର୍ତ୍ତା ରଖିବା ବେଳେ କାନ୍ଦି ପକାଇଲେ ରାଜ୍ୟସଭା ଅଧ୍ୟକ୍ଷ। ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ରଖିବା ବେଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଜୟପାଲ୍ ରେଡ୍ଡିଙ୍କ ମୃତ୍ୟୁ ଘଟଣାରେ ଗୃହରେ ଶୋକବାର୍ତ୍ତା ରଖିଥିବାବେଳେ କାନ୍ଦି ପକାଇଥିଲେ। ଏଥି ସହିତ ଭେଙ୍କେୟା ନାଇଡୁ କହିଛନ୍ତି ଯେ, ରେଡ୍ଡି ଜଣେ ଦକ୍ଷ ପ୍ରଶାସକ। ଆନ୍ଧ୍ରପ୍ରଦେଶ ବିଧାନସଭାରେ ତାଙ୍କ ସହ ଦୁଇଟି କାର୍ଯ୍ୟକାଳରେ କାମ କରିବାର ସୁଯୋଗ ପାଇଛି।

ଏଥିସହିତ ସେ କହିଛନ୍ତି ଯେ, ଆମେ ଦୁଇ ଜଣ ଏକାଠି ଗୋଟିଏ ବେଞ୍ଚରେ ବସୁଥିଲୁ। ରେଡ୍ଡିଙ୍କ ସହ ଦୀର୍ଘ ୪୦ ବର୍ଷର ଘନିଷ୍ଠତାକୁ ମନେ ପକାଇ ନାଇଡ଼ୁ କହିଥିଲେ ସେ ସମୟରେ ବିଧାନସଭା ସକାଳ ୮ଟାରେ ଆରମ୍ଭ ହେଉଥିଲା। ଆମେ ଦୁଇ ବନ୍ଧୁ ସବୁବେଳେ ସକାଳ ୭ଟାରେ ଭେଟି ବ୍ରେକଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁ। ବିଭିନ୍ନ ବିଷୟବସ୍ତୁ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା। ମୁଁ ତାଙ୍କଠାରୁ ୬ ବର୍ଷ ସାନ। ରେଡ୍ଡିଙ୍କ ମୃତ୍ୟୁଖବର ତାଙ୍କୁ ଖୁବ୍ କଷ୍ଟ ଦେଇଥିବା କହି ନାଇଡ଼ୁ କାନ୍ଦି ପକାଇଥିଲେ।

Comments are closed.