Odisha Link
Bridging the Missing Links in Odisha

ଦରମା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି ଦେଉଛନ୍ତି ବିଜେଡି ବିଧାୟକ ସରୋଜ ମେହେର

ପାଟଣାଗଡ଼ : ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଉଠ୍ ବସ କରାଇ ଜେଲ ଦଣ୍ଡ ଭୋଗିବା ନେଇ ଚର୍ଚ୍ଚାକୁ ଆସିଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ହେଲେ ଜେଲରୁ ବେଲରେ ଆସିବା ପରେ ବିଧାୟକଙ୍କର ଗୋଟିଏ ପରେ ଗୋଟିଏ ମହତ୍ କାର୍ଯ୍ୟ ପାଇଁ ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଜେଲରୁ ବାହାରିବା ପରେ ବିଜେଡିର ଏହି ଦବଙ୍ଗ ନେତା ପୂରା ପୁରି ବଦଳି ଯାଇଛନ୍ତି । କେତେ ବେଳେ ଲାଞ୍ଚୁଆ ଅଫିସରଙ୍କ ନିଦ ହଜେଇ କରିଦେଲେଣି ତ ପୁଣି କେତେବେଳେ ଜନତାଙ୍କ ହୀତ ପାଇଁ ସରକାରୀ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଯାଉଛନ୍ତି । ଏପରିକି ପାଟଣାଗଡ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଡାକ୍ତରଖାନାର ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ସବୁ ସମସ୍ୟାର ସମାଧାନ କରିବି ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ବିଧାୟକଙ୍କର ଏଭଳି ଆଚରଣକୁ ସାଧାରଣ ଲୋକେ ବେଶ୍ ପ୍ରଂଶସା କରିଛନ୍ତି ।
ସରୋଜ ମେହେରଙ୍କୁ ନେଇ ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଆପଣ ବି ତାଙ୍କୁ ସାବାସୀ ନଦେଇ ରହିପାରିବେ ନାହିଁ । ସାଧାରଣତଃ ଯିଏ ବି ବିଧାୟକ ହୁଅନ୍ତି ସେ ତାଙ୍କ ଦରମା ଗଣ୍ଡାକ ଆଗେ ନିଜ ପକେଟରେ ପୁରାନ୍ତି । ଏପରିକି ସେମାନେ ନିର୍ବାଚନ ପ୍ରଚାର ବେଳେ ଯାହା ବି ସବୁ ଟଙ୍କା ଖର୍ଚ୍ଚ କରିଥାନ୍ତି ତାହା କେମିତି ଭରଣ ହେବ ସେ ବିଷୟରେ ଚିନ୍ତା କରିଥାନ୍ତି । କିନ୍ତୁ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର ସୃଷ୍ଟି କରିଛନ୍ତି ଏକ ଅନନ୍ୟ ପରମ୍ପରା । ସେ ବିଧାୟକ ବାବଦକୁ ପାଉଥିବା ଦରମାକୁ ଜନତାଙ୍କ ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି ।
ତେବେ ସରୋଜଙ୍କୁ ମିଳୁଥିବା ମାସିକ ଦରମାର ୨୫ ପ୍ରତିଶତ ଅର୍ଥ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଡାକ୍ତରଖାନାଗୁଡିକୁ ଦାନ କରିଦେଉଛନ୍ତି । ଯାହା ଦ୍ୱାରା ଏହି ଟଙ୍କାରେ ଡାକ୍ତରଖାନାମାନଙ୍କରେ ରୋଗୀଙ୍କୁ କିଛି ମାତ୍ରାରେ ସୁବିଧା ମିଳିପାରୁଛି । ସେହିଭଳି ବାକି ୭୫ ପ୍ରତିଶତ ଭାଗ ଟଙ୍କା ସରୋଜ ଗରିବ ଜନସାଧରଣଙ୍କ ସୁବିଧା ଅସୁବିଧାରେ ଖର୍ଚ୍ଚ କରିଦେଉଛନ୍ତି ।

Comments are closed.