Odisha Link
Bridging the Missing Links in Odisha

ପ୍ରେମ ପାଇଁ ତଣ୍ଟି କାଟିଲେ

କେନ୍ଦ୍ରାପଡ଼ା : ପ୍ରେମର ଭୂତ ଓ ପ୍ରେମର ନିଶା ଯେତେବେଳେ ମୁଣ୍ଡରେ ଚଢିଯାଏ ତାକୁ ଓହ୍ଲାଇବା ଭାରି କାଠିକର ପାଠ । ପ୍ରେମରେ ବିଫଳ ହେବା ପରେ କିଏ ଝିଅକୁ ହତ୍ୟା କରୁଛି ତ କିଏ ଝିଅ ଉପରେ ଏସିଡ ମାଡ଼ କରୁଛି । ତେବେ ପ୍ରେମରେ ବିଫଳ ହୋଇ ଜଣେ ଯୁବକ ବ୍ଲେଡରେ ନିଜ ତଣ୍ଟିକୁ ନିଜେ କାଟି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଗୁରୁତର ଅବସ୍ଥାରେ ଯୁବକ ଜଣକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବିବାହ ପାଇର୍ ଝିଅ ମନା କରିବାକୁ ଯୁବକ ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାଯାଇଛି । ଏନେଇ ମାର୍ଶାଘାଇ ଥାନାରେ ଉଭୟ ପରିବାର ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ ହୋଇଛି ।
ଯୁବକ ଜଣକ ବାରମ୍ବାର ପ୍ରେମ ନିବେଦନ କରି ହଇରାଣ କରୁଥିବା ଝିଅ ଘର ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ଝିଅ ପାଇଁ ପୁଅ ତଣ୍ଟି କାଟିଥିବା ପୁଅ ଘର ପକ୍ଷରୁ ଅଭିଯୋଗ ହୋଇଛି ।

Comments are closed.