Odisha Link
Bridging the Missing Links in Odisha

ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିପାକ୍ଷିକ ସିରିଜକୁ ନେଇ କଣ କହିଲେ ଭିଭିଆନ ରିଚାର୍ଡ଼୍ସ

ନୂଆଦିଲ୍ଲୀ: ଅଗଷ୍ଟ ୩ରୁ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିପାକ୍ଷିକ ମୁକାବିଲା ଖେଳାଯିବ। ଏନେଇ କ୍ରିକେଟ ଜଗତର ମହାନ କିମ୍ବଦନ୍ତୀ ତଥା ଓ୍ବେଷ୍ଟଇଣ୍ଡିଜର ମହାନ୍‌ ଖେଳାଳି ଭିଭିଆନ ରିଚାର୍ଡ଼୍ସ ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିପାକ୍ଷିକ ମୁକାବିଲା ନେଇ ନିଜର ମତ ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି ଯେ, ଭାରତର ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କ ଦଳ ବିରାଟ କୋହଲି ଓ ସାଥୀ ଖେଳାଳିଙ୍କ ସାମ୍ନାରେ କଡା ଟକ୍କର ଦେବେ। ଏଥିସହିତ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସର୍ବଦା ରୋମାଞ୍ଚକର ମୁକାବିଲା ଦେଖିବା ପାଇଁ ମିଳିଛି, ଏବଂ ଏଥର ମଧ୍ୟ ଏହାଠାରୁ କମ୍ ଆଶା କରାଯାଇ ନପାରେ। ୱେଷ୍ଟଇଣ୍ଡିଜ ଦଳର ବର୍ତ୍ତମାନ ଫର୍ମକୁ ଦେଖି ମୋତେ ଲାଗୁଛି ଯେ ସେମାନେ ଭାରତୀୟ ଦଳକୁ କଡା ଟକ୍କର ଦେବେ।

ସୂଚନାଥାଉକି, ଟିମ୍‌ ଇଣ୍ଡିଆ ଏହି ଗସ୍ତରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ଗସ୍ତର ଆରମ୍ଭ ଆମେରିକାରୁ ହେବ। ଆମେରିକାରେ ପ୍ରଥମେ ଦୁଇଟି ଟି-୨୦ ମ୍ୟାଚ ଖେଳାଯିବ ଏବଂ ପରେ ୱେଷ୍ଟଇଣ୍ଡିଜରେ ଘରୋଇ ଦଳକୁ ଟକ୍କର ଦେବ ଟିମ୍ ଇଣ୍ଡିଆ। ଏହି ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ ଆଇସିସି ଟେଷ୍ଟ ଚାମ୍ପିୟନସିପ ଅଧିନରେ ଖେଳାଯିବ। ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ଦଳ। ଅଗଷ୍ଟ ୮ରୁ ଦିନିକିଆ ସିରିଜ ଆରମ୍ଭ ହେଉଥିବା ବେଳେ ୨୨ ଅଗଷ୍ଟରେ ପ୍ରଥମ ଟେଷ୍ଟ ଓ ୩୦ ଅଗଷ୍ଟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ।

Comments are closed.