Odisha Link
Bridging the Missing Links in Odisha

ପଲିଥିନ୍: ସବୁଠି ବେଆଇନ ହେଲେ ବିଧାନସଭାରେ ମାଫ୍

ଭୁବନେଶ୍ବର: ଯେଉଁଠି ନିୟମ ସେଇଠି ଉଲ୍ଲଂଘନ। ଗଣତନ୍ତ୍ରର ମନ୍ଦିରରେ ମାନୁ ନାହାନ୍ତି ନିୟମ। ଯେଉଁଠି ସମସ୍ତ ନିୟମ ପ୍ରଣୟନ କରାଯାଏ ସେଠି ଯଦି ଏହାର ଖୁଲମଖୁଲା ଉଲ୍ଲଂଘନ କରାଯାଏ ତେବେ ସାଧାରଣ ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିବ ତାହା ଥରେ ଭାବନ୍ତୁତ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କଣ କହୁଚୁ। ତେବେ ଜାଣନ୍ତୁ ଆମେ ଆପଣଙ୍କୁ ବିଧାନସଭା କଥା କହୁଚୁ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ରାଉଲକେଲା, ଓ ସମ୍ବଲପୁର ସହରରେ ପଲିଥିନ୍‌ ସମ୍ପୂର୍ଣ ଭବରେ ନିଷିଦ୍ଧ କରାଯାଇଛି।ଏହା ଠିକ୍‌ ଭାବରେ କାର୍ଯ୍ୟକାରିତା ହେଉଛି କି ନାଇଁ ଦେଖିବା ପାଇଁ କର୍ତ୍ତୃପକ୍ଷ ନିୟମିତ ଚଢ଼ାଉ କରୁଛନ୍ତି। ନିୟମ ମାନୁନଥିବା ଖିଲାପକାରୀଙ୍କଠାରୁ ମଧ୍ୟ ଜୋରିମାନା ଆଦାୟ ହୋଇଥାଏ। ଅପରପକ୍ଷେ ବିଧାନସଭାରେ ଓଲଟା ଦେଖିବାକୁ ମିଳୁଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

୨୦୧୮ ମସିହା ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟ ସରକାର ରାଜ୍ୟରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ଏହି କଟକଣା ସଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାଇଁ ତଦାରଖ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍କ୍ବାର୍ଡ ବୁଲୁଛି। ଯେଉଁ ବେପାରୀ ପଲିଥିନ୍ ବ୍ୟବହାର କରୁଛନ୍ତି ତାଠାରୁ ତଣ୍ଡ ଆଦାୟ କରୁଛନ୍ତି ସ୍କ୍ବାର୍ଡ଼ ଟିମ୍। ସବୁଠି ବେଆଇନ ହେଲେ ବିଧାନସଭାରେ ମାଫ। ଚଳିତ ବିଧାନସଭା ଅଧିବେଶନରେ ଚାଲିଛି ପଲିଥିନର ଖୁଲମଖୁଲା ବ୍ୟବହାର। ବିଧାନସଭାରେ ଆଲୋଚନ ଚାଲୁଥିବା ବେଳେ ବେଳେ ମନ୍ତ୍ରୀ ବିଧାୟକ, କର୍ମଚାରୀ ମାନଙ୍କ ପାଇଁ ଆସୁଥିବା ଖଦ୍ୟ ପାଦାର୍ଥ ପଲିଥିନ୍‌ରେ ବୁହା ଯାଉଛି। ଏସବୁ ଦେଖି ଜାଣି ସୁଦ୍ଧା ନିୟମ ପ୍ରଣୟନକାରୀ ମାନେ ଚୁପ୍ ରହିଛନ୍ତି। ନିୟମ ତିଆରି କରୁଥିବା ଲୋକ ପ୍ରତିନିଧି ଯଦି ନିଜେ ନିୟମ ଭାଙ୍ଗିବେ, ପଲିଥିନ୍ କଟକଣା ରାଜ୍ୟରେ କିଭଳି କଡ଼ାକଡ଼ି ପାଳନ ହେଉଥିବ ଏଥିରୁ ବେଶ୍ ଅନୁମେୟ।

Comments are closed.