Odisha Link
Bridging the Missing Links in Odisha

ସୀମା ଜଗିବେ ଧୋନି

ନୂଆଦିଲ୍ଲୀ: ଆଜିଠୁ ସୀମାରେ ଡ୍ୟୁଟି କରିବେ ଆର୍ମି ଅଫିସର ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଜି ଆତଙ୍କବାଦ ବିରୋଧ ୟୁନିଟରେ ପ୍ରଥମ ଥର ପାଇଁ ସାମିଲ ହେବେ ଧୋନି। ଆଜି କାଶ୍ମୀରରେ ଅନ୍ୟ ସେନାମାନଙ୍କ ସହ କାର୍ଯ୍ୟରେ ଯୋଗଦେବେ ଧୋନି। ଆଗମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଧୋନି ପାରା କମାଣ୍ଡୋ ବାଟାଲିୟନରେ ରହିବେ ଏବଂ ସୈନିକଙ୍କ ସହ ପ୍ରହରା ଦେବେ। ଅଗଷ୍ଟ ୧୫ ଯାଏଁ ସୀମାରେ କାର୍ଯ୍ୟ କରିବେ କ୍ୟାପଟେନ କୁଲ। ସୀମାରେ ଡ୍ୟୁଟି କରିବା ସମୟରେ ଧୋନି ୧୯ କେଜି ଓଜନର ସାମଗ୍ରୀ ନେଇ ଡ୍ୟୁଟି କରିବେ।

ଧୋନିଙ୍କ ବ୍ୟାଗରେ ରହିବ କଣ:
ଡ୍ୟୁଟି ସମୟରେ ଧୋନୀଙ୍କ ବ୍ୟାଗର ଓଜନ ପ୍ରାୟ ୧୯ କେଜି ରହିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ବ୍ୟାଗରେ ୫ କେଜି ଓଜନର ତିନୋଟି ମାଗାଜିନ ରହିବ। ଏହାବ୍ୟତୀତ ତିନିକେଜିର ପୋଷାକ, ଦୁଇ କେଜିର ଜୋତା, ଏକ କେଜିର ହେଲମେଟ, ୪କେଜିର ବୁଲେଟ ପ୍ରୁଫ ଜ୍ୟାକେଟ ଏବଂ ପ୍ରାୟ ୪କେଜିର ଗ୍ରେନେଡ ରହିବ ।

କେମିତି କରିବେ ଡ୍ୟୁଟି:
ଧୋନୀ ଯେଉଁ ବାଟାଲିୟନରେ ସାମିଲ ଅଛନ୍ତି ସେଠାରେ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାୟ ୭୦୦ ସୈନିକ ରହିଛନ୍ତି । ଯେଉଁଠାରେ ଗୋର୍ଖା, ସିଖ, ରାଜପୁତ ଭଳି ରେଜିମେଂଟର ସୈନିକ ମଧ୍ୟ ଅଛନ୍ତି । ଧୋନୀଙ୍କୁ ଏଠାରେ ଦିନ ଏବଂ ରାତିରେ ମଧ୍ୟ ଡ୍ୟୁଟି କରିବାକୁ ହେବ। ଧୋନି ଶ୍ରୀନଗରର ବାଦାମୀ ବାଗ କେଟ ଅଂଚଳରେ ୮ରୁ ୧୦ ସୈନିକଙ୍କ ସହ ପ୍ରହରା ଦେବେ। ତାଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ, ଏକେ ୪୭ ଏବଂ ଗ୍ରେନେଡ ଦିଆଯିବ। ଧୋନି ବତୌର ଗାର୍ଡ ୟୁନିଟର ସୁରକ୍ଷା ଦାୟିତ୍ୱରେ ରହିବେ। ଯାହା ୪ଘଣ୍ଟା ଲେଖାଏଁ ଦୁଇଟି ସିଫ୍ଟରେ ହୋଇଥାଏ। ଏହି ଡ୍ୟୁଟି ପାଇଁ ଧୋନିଙ୍କୁ ସକାଳ ୪ଟାରେ ଉଠିବାକୁ ହେବ। ବଙ୍କରରେ ମଧ୍ୟ ତାଙ୍କୁ ଛିଡା ହୋଇ ରହିବାକୁ ପଡିପାର । ଯାହା ଦୁଇ ଘଣ୍ଟା ଲେଖାଏଁ ତିନୋଟି ସିଫ୍ଟରେ ହେବ।

Comments are closed.