Odisha Link
Bridging the Missing Links in Odisha

ବଳଦ କିଣା ହତ୍ୟା ଘଟଣା : ୭ ଅଭିଯୁକ୍ତ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଫୁଲପାହାଡ଼ି ଗ୍ରାମର ଭାଲୁଘର ସାହିର କାଦେ ମାଝୀଙ୍କୁ ବଳଦ କିଣା ବିକା ଟଙ୍କାକୁ ନେଇ ଗ୍ରାମରେ ସଭା କରିବା ପରେ ୧୬ହଜାର ଟଙ୍କା ପାଇଁ ସଂଘବଧ ଭାବରେ ପିଟିପିଟି ଅତି ନୃଶଂସ ଭାବରେ ହତ୍ୟା କରିଥିବା ଅଭିଯୋଗରେ ଉକ୍ତ ଗ୍ରାମରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ଗିରଫ ବ୍ୟକ୍ତି ମାନେ ହେଲେ ଉକ୍ତ ଗ୍ରାମର ସୁକଦେବ ମାଝୀ, ଭଜହରି ମାଝି, ମାଙ୍ଗାତ ମାଝୀ, ମାସାଙ୍ଗ ମାଝୀ, କାନ୍ଦ୍ରା ମାଝୀ, ଶ୍ୟାମସୁନ୍ଦର ମାଝୀ, ବାବୁଲି ମାଝୀ। ଉତ୍ତେଜନାକୁ ଆଖି ଆଗରେ ରଖି ଗ୍ରାମରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ କହିଛନ୍ତି।

Comments are closed.