Odisha Link
Bridging the Missing Links in Odisha

ଡ଼ାକ୍ତରଖାନା ପରିସରରେ ପଡି ରହିଛି ମୃତଦେହ, ହୋଇପାରୁନି ବ୍ୟବଚ୍ଛେଦ

ମୟୁରଭଞ୍ଜ : ଡ଼ାକ୍ତରଖାନ ପରିସରରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡି ରହିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅନ୍ତର୍ଗତ ରରୁଆଁ ମେଡ଼ିକାଲରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ମେଣ୍ଢାମୁଣ୍ଡି ନିକଟରେ ବୁଧବାର ଉକ୍ତ ଯୁବକ ଜଣଙ୍କ ବାଇକରେ ଯାଉଥିବା ବେଳେ ସଡକ ଦୁର୍ଘଟଣା ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରରୁଆଁ ମେଡ଼ିକାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଏହା ମଧ୍ୟରେ ଦୀର୍ଘ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ ହୋଇ ପାରୁନାହିଁ।

Comments are closed.