Odisha Link
Bridging the Missing Links in Odisha

ଦିଲ୍ଳୀରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର ମାଗଣା କଲେ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କାରଣ ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା କରିଛନ୍ତି ଦିଲ୍ଲୀ ସରକାର। ଏନେଇ ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ୍‌ ଘରୋଇ ସଂଯୋଗ ନିମନ୍ତେ ସ୍ଥାୟୀ ଦେୟ ୮୪%ଯାଏଁ ପ୍ରତିଶତ ହ୍ରାସ କରି ଗ୍ରାହକମାନଙ୍କ ଉପରୁ ବୋଝ ହାଲୁକା କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ନିଶୁଳ୍କ ବିଜୁଳି ବ୍ୟବହାର ଘୋଷଣା କରିଛନ୍ତି। ୨୦୨୦ ଫେବୃଆରି ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସବୁକୁ ଆଖି ଆଗରେ ରଖି ଏଭଳି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହେବାର ଅଳ୍ପ ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ ପାଇଁ ଐତିହାସିକ ଦିବସ’ ବୋଲି ଆଖ୍ୟା ଦେଇଛନ୍ତି। ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ପାଇଁ ଆଜି ଏକ ଐତିହାସିକ ଦିନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସମସ୍ତଙ୍କ ପାଇଁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ‘ଫ୍ରି ଲାଇଫ୍‌ଲାଇନ୍‌ ଇଲେକ୍ଟ୍ରିସିଟି’ ଘୋଷଣା କରିଛନ୍ତି। ପ୍ରତ୍ୟେକ ପରିବାର ମର୍ଯ୍ୟାଦାସମ୍ପନ୍ନ ଜୀବନ ପାଇଁ ଯୋଗ୍ୟ। ଠିକ୍‌ ଉତ୍ତମ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ଘରର ଆଲୁଅ ଓ ପଙ୍ଖା ନିମନ୍ତେ ଅତ୍ୟାବଶ୍ୟକ ସର୍ବନିମ୍ନ ପରିମାଣର ବିଜୁଳି ମଧ୍ୟ ଜରୁରୀ।

Comments are closed.