Odisha Link
Bridging the Missing Links in Odisha

କିରାସିନି ପାଇଁ ସ୍ୱାଧୀକାର ଭଙ୍ଗ ନୋଟିସ

ଭୁବନେଶ୍ୱର: ଗୁରୁବାର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । କିରାସିନି ପ୍ରସଙ୍ଗରେ ଉଭୟ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭିନ୍ନ ଭିନ୍ନ ତଥ୍ୟ ରଖିଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ କମ କିରାସିନି ଦେଉଥିବା ମନ୍ତ୍ରୀ କହିଥିଲେ । କିନ୍ତୁ କେନ୍ଦ୍ର ପର୍ଯ୍ୟାପ୍ତ କିରାସିନି ଦେଉଥିବା ବିରୋଧୀ ଦଳ ନେତା କହିଛନ୍ତି । ଏହାଛଡ଼ା ଶାସକ ଦଳ ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା କିରାସିନି କଳାବଜାରୀ ହେଉଥିବା ବିରୋଧୀ ଦଳ ନେତା କହିଥିଲେ । ଏମାନଙ୍କ ଭିତରୁ କେହି ଜଣେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଶ୍ରୀ ମିଶ୍ର କହିଛନ୍ତି । ତେବେ ସ୍ୱାଧୀକାର ଭଙ୍ଗ ନୋଟିସ ଉପରେ ଅନୁଧ୍ୟାନ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ପ୍ରକାଶ ଯେ, ଅଗଷ୍ଟ ମାସରୁ ପ୍ରତି ପରିବାରକୁ ୨ଲିଟର ଲେଖାଏଁ କିରାସିନି ମିଳିବ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇ ଗତକାଲି ବିଧାନସଭାରେ କହିଥିଲେ । ପୂର୍ବରୁ ଅଢେଇ ଲିଟର ମିଳୁଥିବାବେଳେ ଏବେ ୨ଲିଟର ମିଳିବ ବୋଲି ସେ କହିଥିଲେ । କେନ୍ଦ୍ର କୋଟା ହ୍ରାସ କରିଥିବାରୁ ପରିବାର ପିଛା କିରାସିନିର ପରିମାଣ କମାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦,୭୦୦ କିଲୋଲିଟର କିରାସିନି କେନ୍ଦ୍ର ସରକାର ଦେଉଥିଲେ । ଏବେ ବାର୍ଷିକ କୋଟା ହିସାବରେ ୧୬,୩୮୪ କିଲୋଲିଟର ହ୍ରାସ ପାଇଛି । ହିସାବକୁ ନେଲେ ୧.୮୯ ଲିଟର ପଢୁଛି । କିନ୍ତୁ ସରକାର ୨ ଲିଟର କିରାସିନି ଦେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

Comments are closed.