Odisha Link
Bridging the Missing Links in Odisha

ଦିଲ୍ଲୀ କଂଗ୍ରେସ ସଭାପତି ଦୌଡ଼ରେ ନଭଜୋତ ସିଂହ ସିଦ୍ଧୁ !

ନୂଆଦିଲ୍ଲୀ: ଚର୍ଚ୍ଚାରେ ନଭଜୋତ ସିଂହ ସିଦ୍ଧୁ। ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅମୃତସର (ପୂର୍ବ)ର କଂଗ୍ରେସ ବିଧାୟକ ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଛି। ତେବେ ନଭଜୋତଙ୍କୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି କଂଗ୍ରେସ ଦଳ।

ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରି କହିଛି ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ କଂଗ୍ରେସ ସଭାପତି ହୋଇପାରନ୍ତି। ରାହୁଲ ଗାନ୍ଧିଙ୍କ ସ୍ଥାନରେ ଦଳର ଅନ୍ତରୀଣ ସଭାପତି ନିଯୁକ୍ତ ହେବା ପରେ ଦିଲ୍ଲୀ କଂଗ୍ରେସ ସଭାପତି ଭାବରେ ସିଦ୍ଧୁଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଅପରପକ୍ଷେ ଦିଲ୍ଲୀ କଂଗ୍ରେସ ଦାୟିତ୍ୱରେ ଥିବା ପିସି ଚାକୋ ଏଭଳି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ସହିତ ଦିଲ୍ଲୀ କଂଗ୍ରେସର କୌଣସି ନେତା ଏବାବଦରେ ଆଲୋଚନା କରି ନାହାନ୍ତି ବୋଲି ସେ କହିଛନ୍ତି।

Comments are closed.