Odisha Link
Bridging the Missing Links in Odisha

ଘରୁ ଘୋଷାଡି ଆଣି କଚାଡି ମାରିଲା ହାତୀ

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ପ୍ରତାପପୁର ଗାଁର ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ମଞ୍ଜୁଲତା ସାହୁ।
ସୂଚନା ଅନୁସାରେ, ମଞ୍ଜୁଲତା ସାହୁ ଝାଡୁ କରୁଥିବା ବେଳେ ଘରୁ ହାତୀ ଘୋଷାଡି ଆଣି ଗାଁଠାରୁ ଅଧ କିଲୋମିଟର ଦୂରରେ କଚାଡି ମାରିଦେଇଛି। କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପାଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଗତ କିଛି ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ଏକ ହାତୀ ଉପଦ୍ରବ ଚଳାଇଛି। ଫସଲ ଓ ଘର ଭାଙ୍ଗୁଥିବା ବେଳେ ଏ ନେଇ ବାରମ୍ବାର ବନବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।

Comments are closed.