Odisha Link
Bridging the Missing Links in Odisha

ଆଜି ମହାପ୍ରଭୁଙ୍କର ଚିତାଲାଗି : ସ୍ୱତନ୍ତ୍ର ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ। ମହାପ୍ରଭୁଙ୍କ ଚିତାଲାଗି ନୀତି ପାଇଁ ଏହି ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ମଧ୍ୟରେ ଏହି ନୀତି ସଂପନ୍ନ ହେବ। ଦଇତା ସେବକମାନେ ତିନି ଠାକୁରଙ୍କୁ ଚିତା ଲାଗି କରାଇବେ। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଜିଉଙ୍କୁ ଚିତାଲାଗି କରାଯାଇଥାଏ। ବିଭିନ୍ନ ରତ୍ନ ଅଳଙ୍କାରରେ ନିର୍ମିତ ସୁଶୋଭିତ ଚିତା ମହାପ୍ରଭୁଙ୍କ ମସ୍ତକରେ ଲାଗି ହୋଇଥାଏ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସ୍ନାନପୂର୍ଣ୍ଣିମାରେ ପହଣ୍ଡି ହୋଇ ଅଣସର ପିଣ୍ଡିକୁ ବିଜେ କରିବା ପରେ ଠାକୁରଙ୍କ ଚିତା ଲାଗି ସହ ମଇଲମ ହୋଇଥାଏ। ରଥ ଯାତ୍ରା ପରେ ନିଳାଦ୍ରୀବିଜିରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବା ପରେ ଏହି ଚିତାଲାଗି ଅମାବାସ୍ୟା ତିଥୀରେ ଦଇତା ସେବକ ମହାପ୍ରଭୁଙ୍କ ଠାରେ ଚିତା ଲାଗି କରିଥାନ୍ତି। ସେପଟେ ଆଜି ଠାରୁ ଶ୍ରୀମନ୍ଦିର ଭିତରକୁ ପାନ ଗୁଟକା ବ୍ୟାନ୍ ହୋଇଛି। କୌଣସି ସେବାୟତ କିମ୍ବା କର୍ମଚାରୀ ଏହା ନେଇ ମନ୍ଦିର ଭିତରକୁ ପ୍ରବେଶ କଲେ ଜୋରିମାନା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିୟମ କଡାକଡି କରିଛି।

Comments are closed.