ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଡା.ପ୍ରବୋଧ କୁମାର ମିଶ୍ରଙ୍କ ‘ହେ ମାଆ! ମାତୃଭୂମି !‛ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ‘ଓଡିଶାର କାଳିଦାସ’ ପଣ୍ଡିତ ଡାକ୍ତର ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ରଚିତ ‘ହେ ମାଆ ! ମାତୃଭୂମି !‛ ପୁସ୍ତକ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରି ଓଡିଆ ଭାଷା ଓ ସଂସ୍କୃତିକୁ ସମ୍ମାନୀତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଡା. ମିଶ୍ର ଜଣେ ଲବ୍ଧ ପ୍ରତିଷ୍ଠିତ କବି, ସମାଲୋଚକ ତଥା ଲେଖକ। ସଂସ୍କୃତ ଏବଂ ଓଡିଆ ସାହିତ୍ୟ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ଓଡିଆ ସ୍ୱାଭିମାନ ହିଁ ତାଙ୍କ କାଳଜୟୀ ସୃଷ୍ଟିକୁ ପ୍ରେରିତ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଓଡିଶା’ର କାଳିଦାସ ପଣ୍ଡିତ ଡା.ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ରଚିତ “ହେ ମାଆ ! ମାତୃଭୂମି !” ପୁସ୍ତକ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରି ଓଡିଆ ଭାଷା ଓ ସଂସ୍କୃତିକୁ ସମ୍ମାନିତ କରିଥିବାରୁ ତାଙ୍କ ପାଖରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । pic.twitter.com/wycpHENAHf
— Dharmendra Pradhan (@dpradhanbjp) August 1, 2019
Comments are closed.