ବିଳମ୍ବରେ ଆସିବ ଲଘୁଚାପ ବର୍ଷା

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ହେବାକୁ ଥିବା ଲଘୁଚାପ ଟଳିଯାଇଛି। ଫଳରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ସମ୍ଭାବନା ଟଳି ଯାଇଛି। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରି ଯାଇଛି। ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବ ନାହିଁ। କାଁ ଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସହାଇଲା ଭଳି ବର୍ଷା ହେବ ନାହିଁ। ତେବେ ଆସନ୍ତା ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଏନେଇ ଦିଲ୍ଲୀ ଆଇଏମଡି ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜନେ୍ଦ୍ର ଜେନାମଣିଙ୍କ ଠାରୁ ସୂଚନା ମିଳିଛି ।