Odisha Link
Bridging the Missing Links in Odisha

ଫେମ୍‌ ଇଣ୍ଡିଆ ପତ୍ରିକାରେ ଶ୍ରେଷ୍ଠ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ଆଉ ଏକ ସଫଳତା। ଫେମ୍‌ ଇଣ୍ଡିଆ ପତ୍ରିକା ପକ୍ଷରୁ ହୋଇଥିବା ଏକ ସର୍ଭେରେ ଶ୍ରେଷ୍ଠମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ଫେମ୍‌ ଇଣ୍ଡିଆ ପତ୍ରିକା ପକ୍ଷରୁ ଏସିଆ ତରଫରୁ ଭାରତୀୟ ସ୍ତରରେ ହୋଇଥିବା ସର୍ଭେ ଅନୁଯାୟୀ ଶ୍ରୀ ଜେନା ବ୍ୟକ୍ତିତ୍ୱ ପାଇଁ ୯୫ ପ୍ରତିଶତ, ସ୍ୱଚ୍ଛଛବି ପାଇଁ ୯୪ ପ୍ରତିଶତ, କାର୍ଯ୍ୟ ଦକ୍ଷତା ପାଇଁ ୯୪ ପ୍ରତିଶତ, ରାଜନୀତିରେ ପ୍ରଭାବ ପାଇଁ ୯୪ ପ୍ରତିଶତ, ବିଭାଗର ଜ୍ଞାନ ପାଇଁ ୯୫ ପ୍ରତିଶତ ଲୋକପ୍ରିୟତା ପାଇଁ ୯୪ ପ୍ରତିଶତ, ଦୂରଦର୍ଶିତା ପାଇଁ ୯୩ ପ୍ରତିଶତ ଓ କାର୍ଯ୍ୟଶୈଳୀ ପାଇଁ ୯୫ ପ୍ରତିଶତ ପାଇ ଭାରତର ଶ୍ରେଷ୍ଠ ମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି।

୧୯୬୬ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରତାପ ଜେନା ନବୀନଙ୍କ ପଞ୍ଚମ ପାଳିର ପଞ୍ଚାୟତିରାଜ, ଆଇନ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଅଛନ୍ତି ପ୍ରତାପ। ରାଜନଅତିକ ଜୀବନରେ ସଫଳତା ପାଇବା ସହ ନିଜର ସୁଚାରୁ କାର୍ଯ୍ୟପାଇଁ ପ୍ରତାପ ଶ୍ରେଷ୍ଠମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି।

Comments are closed.