Odisha Link
Bridging the Missing Links in Odisha

ସାତକୋଶିଆରେ ରହିଛି ମାତ୍ର ଗୋଟିଏ ବାଘ

ଭୁବନେଶ୍ୱର : ଓଡିଶାର ସାତକୋଶିଆ ଅଭୟାରଣ୍ୟ ଏକ ହଜାର ବର୍ଗ କିମି ହୋଇଥିବା ବେଳେ ମାତ୍ର ଗୋଟିଏ ବାଘ ସେଠାରେ ରହିଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ଏନକ୍ଲୋଜର ମଧ୍ୟରେ ରହିଛି ।
ଦେଶରେ ୨୯୬୭ ବାଘ ରହିଥିବା ଓଡିଶାରେ ସଂଖ୍ୟା ୪୫ରୁ ହ୍ରାସ ପାଇ ୨୮ରେ ପହଞ୍ଚିଛି । ଓଡିଶାରେ ୨୦୦୬ରେ ୪୨ଟି ବାଘ ଥିବା ବେଳେ ତାହା ହ୍ରାସ ପାଇ ୨୦୧୦ରେ ୩୨ରେ ପହଞ୍ଚିଛି । ୨୦୧୪ରେ ବାଘ ସଂଖ୍ୟା ହ୍ରାସ ପାଇ ୨୮ରେ ପହଞ୍ଚିଛି । ୨୦୧୮ରେ ବାଘ ସଂଖ୍ୟା ସମାନ ଥିଲା। ଏହା ସହ ସୁନ୍ଦରଗଡ଼ର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ଼ ଅଭୟାରଣ୍ୟ ଓ ରାୟଗଡ଼ାର ମୁନିଗୁଡ଼ା ଜଙ୍ଗଲ ତିନିଟିରେ ମହାବଳ ବାଘ ବିଚରଣ କରୁଥିବା କ୍ୟାମେରାରେ କଏଦ୍ ହୋଇଛି।

Comments are closed.