Odisha Link
Bridging the Missing Links in Odisha

ପାଇଖାନା ଟାଙ୍କି କାମ ବେଳେ ଫଲ୍ସ ଖସି ୩ ଶ୍ରମିକ ମୃତ

ଭୁବନେଶ୍ବର : ଭୁବନେଶ୍ବର ମଞ୍ଚଶ୍ବର ସ୍ଥିତ ପାଣ୍ଡରାରେ ଫଲ୍ସ ପଡି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପାଇଖାନା ଟାଙ୍କି କାମ ବେଳେ ଫଲ୍ସ ଖସିପଡିଥିଲା। ଫଳରେ ୩ଜଣ ଶ୍ରମିକ ଫଲ୍ସ ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକମାନେ ହେଲେ ବିଭୁରାମ ମଣ୍ଡଳ, ସମୀରାନ ମୁନିଆନ୍, ବାସୁଦେବ ମଣ୍ଡଳ। ସମସ୍ତ ମୃତକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.