Odisha Link
Bridging the Missing Links in Odisha

ବାଲିଆପାଳରେ ୧୨ ଘଣ୍ଟିଆ ବନ୍ଦ

ଜଳେଶ୍ୱର : ବିଜେପି ପକ୍ଷରୁ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି। ପୁଲିସ୍‌ର ମନମୁଖୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ଗତ ଜୁଲାଇ ୨୬ତାରିଖରେ ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟରେ ଥିବା ଏକ ଢାବାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌ ବିଳମ୍ଭରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଏଥିସହ ପୂର୍ବତନ ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ଘଟଣାରେ ପୁଲିସ୍‌ ଆକ୍ରୋଶ ରଖି ଗତ ୧ତାରିଖ ବିଳମ୍ବିତ ରାତିରେ ୧୩ଜଣଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ଏଭଳି ମନମୁଖୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।
ବ୍ଲକ୍‌ ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ସହ ଦୋକାନ, ବଜାର, ସ୍କୁଲ ସବୁ ବନ୍ଦ ରହିଛି।ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପାଇଁ ସହରରେ ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Comments are closed.