Odisha Link
Bridging the Missing Links in Odisha

ବିଧାନସଭା: ପଞ୍ଚମ ଓ ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା ଦେଇଛନ୍ତି। ଆଜି ଗୃହରେ ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସମୀର ଦାଶ କହିଛନ୍ତି ଯେ, ୨୦୦୦ ମସିହାରେ ବଜେଟ ଶିକ୍ଷା କ୍ଷେତ୍ରରେ ୧୩୦୩ କୋଟି ଟଙ୍କା ଥିଲା। ଯାହା ୨୦୧୬ ମସିହାରେ ୧୬୪୯୭ କୋଟିରେ ପହଂଚିଛି। ନୂତନ ଶିକ୍ଷା ନୀତି ପାଇଁ ୨୦ପ୍ରତିଶତ ଖର୍ଚ୍ଚ କରାଯିବାକୁ ବ୍ୟବସ୍ଥା ରହିଛି। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସରକାରୀ ସ୍କୁଲରେ ବର୍ତ୍ତମାନ ୯୧ପ୍ରତିଶତ ପଢୁଥିବା ବେଳେ ୮.୯୪ପ୍ରତିଶତ ଛାଡ଼ୁଛନ୍ତି। ରାଜ୍ୟ ପରାମର୍ଶଦାତା ପରିଷଦ ଗଠନ କରାଯିବ। ୧୭ଟି ଜିଲ୍ଲାରେ ନିଜ ଭାଷାରେ ଶିକ୍ଷାଦାନ କରାଯାଉଛି। ରାଜ୍ୟରେ ଯେଉଁଠି ସ୍କୁଲ ବନ୍ଦ ରହିଛି ଜିଲ୍ଲାପାଳ ପ୍ରସ୍ତାବ ବେଳେ ତାହା ମଧ୍ୟ ଖୋଲାଯିବ।

Comments are closed.