Odisha Link
Bridging the Missing Links in Odisha

୩୭୦ ଉଚ୍ଛେଦ ପରେ ସବୁଠି ହାଇଆଲର୍ଟ ଜାରି କଲେ ସରକାର

ନୂଆଦିଲ୍ଲୀ: ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍‌ଙ୍କୁ ଏନେଇ ଆଲର୍ଟ ଜାରି କରିଛି। ଏଥିସହିତ ବାୟୁ ସେନା, ସ୍ଥଳ ସେନା ଓ ନୌସେନାକୁ ମଧ୍ୟ ହାଇଆର୍ଲଟ ଜାରି କରାଯାଇଛି। ଆବଶ୍ୟକ ସଂଖ୍ୟକ ଫୋର୍ସ ମହଜୁଦ୍ ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି।

ଏହାଛଡ଼ା କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ବଢ଼ାଇବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁଯାୟୀ, ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି।

Comments are closed.