Odisha Link
Bridging the Missing Links in Odisha

ବିଲ ଭିତରେ ଓଲଟିଲା ଚିନି ବୋଝେଇ ଟ୍ରକ

ନୂଆପଡା : ଛତିଶଗଡ ରାୟପୁରରୁ ଚିନି ବୋଝେଇ କରି କଣ୍ଟାବାଞ୍ଜି ନେଇ ଯାଉଥିବା ବେଳେ ଆଜି ସକାଳୁ ସକାଳୁ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଥିଲା । ଏଥିରେ ଟ୍ରକରେ ରହିଥିବା ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ସାମାନ୍ୟ ଆହତ ଅଛନ୍ତି । ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନୂଆପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଟ୍ରକରେ ପାଖାପାଖି ୩୦ ଟନ ଚିନି ରହିଥିବା ଅନୁମାନ କରାଯାଉଥିବା ବେଳେ ଅଧାରୁ ଅଧିକା ବିଲ ଭିତରେ ପଡି ରହିଛି । ଅଧା ବସ୍ତା ଫାଟି ଯାଇଛି । ସାମାନ୍ୟ ବର୍ଷା ହେଲେ ସମସ୍ତ ଚିନି ପାଣିରେ ଧୋଇ ହୋଇ ଯିବାର ଆଶଂକା ରହିଛି । ଚିନି ନେବାପାଇଁ ଲୋକେ ଚେଷ୍ଟା କରୁଥିବା ବେଳେ ତୁରନ୍ତ ଘଟଣା ସ୍ଥଳରେ ଲଖନା ପୋଲିସ ପହଞ୍ଚି ଥିବାରୁ ସବୁ ଚିନି ସୁରକ୍ଷିତ ରହିଛି । ବର୍ତ୍ତମାନ ଡ୍ରାଇଭର ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥିବା ସୁଚନା ମିଳୁଛି ।

Comments are closed.