Odisha Link
Bridging the Missing Links in Odisha

ବନ୍ଦ ଘରୁ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ମାଣିକ ନଗରରୁ ଜଣେ ଅଧ୍ୟାପକଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏକ ଘରର ଉପର ମହଲାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ ଦୋଶି ଗ୍ରାମର ରାଜେନ୍ଦ୍ର କୁମାର ଭୂୟାଁ । ସେ କଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଭୌତିକ ବିଜ୍ଞାନର ଅଧ୍ୟାପକ।
ଗତ ୨୨ ଦିନ ହେଲା ସେ ମାଣିକନଗରରେ ଭଡାରେ ରହୁଥିଲେ । ଗତ ୧୫ ଦିନ ହେଲା ସେ ଘରୁ କୁଆଡେ ଯାଇନଥିଲେ। ଘରେ ତାଲା ପଡି ରହିଥିଲା । ଆଜି ସେହି ଘରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ଭିତର ପଟୁ ବନ୍ଦ ରହିଥିଲା। ପୋଲିସ କବାଟ ଭାଙ୍ଗି ଭିତରେ ପଶିଥିଲା। ଭିତରେ ରାଜେନ୍ଦ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଶବଟି ପ୍ରାୟତଃ ଗଳିତ ଅବସ୍ଥାରେ ରହିଛି । ବହୁ ଦିନରୁ ମୃତ୍ୟୁ ହୋଇଥିବା ବୋଲି ଆଶଙ୍କା କରୁଛି । କିଭଳି ମୃତ୍ୟୁ ହୋଇଛି ଓ ମୃତ୍ୟୁର କାରଣ କିଛି ଜଣାପଡିନି। ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଇଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।

Comments are closed.