ସିନ୍ ଡ଼େନିମ୍ର ନୂଆ ସୋରୁମ୍ ଉଦଘାଟିତ
ଭୁବନେଶ୍ବର : ସଭ୍ୟ ସମାଜକୁ ଆଧୁନିକତା ଯେତିକି ପ୍ରଭାବିତ କରିଛି ତା ଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଯୁବ ପିଢ଼ି। ବର୍ତ୍ତମାନ ଯୁବ ପିଢ଼ି ନିଜର ବେଶଚର୍ଯ୍ୟାକୁ ନେଇ ହୋଇ ପଡ଼ିଛନ୍ତି ଯତ୍ନବାନ। ନିଜର ଖାଦ୍ୟ ପେୟ ଅପେକ୍ଷା ସେମାନେ ବେଶ ପୋଷକକୁ ବେଶ୍ ପ୍ରାଧାନ୍ୟ ଦେଉଛନ୍ତି। ଯୁବ ପିଢ଼ିଙ୍କ ଏହି ଚାହିଦାକୁ ଆଖି ଆଗରେ ରଖି ସେମାନଙ୍କ ଆବଶ୍ୟକତାର ପରିପୁରଣ ନିମନ୍ତେ ଦେଶର ଅଷ୍ଟମ ତଥା ଓଡ଼ିଶାରେ ପ୍ରଥମ କରି ସିନ୍ କମ୍ପାନୀ ଏକ ସୋରୁମ୍ ଉଦଘାଟନ କରିଛି। ଆଧୁନିକ ଜିନ୍ସର ନିର୍ମାତା ସିନ୍ କମ୍ପାନୀର ଏହି ସୋରୁମ୍ଟି ଓଡ଼ିଶାର ପାତ୍ର ପଡ଼ାଠାରେ ଉଦଘାଟିତ ହୋଇଥିବା ବେଳେ ଏହାର ନାମ ଡ଼ିଏନ ରିଗାଲିଆ ରଖାଯାଇଛି। ପୂର୍ବରୁ ଆଧୁନିକ ଓ ଉନ୍ନତ ମାନର ପୋଷକକୁ ନେଇ ଏହି କମ୍ପାନୀ ବେଶ୍ ଚର୍ଚ୍ଚିତ। ତେବେ ବର୍ତ୍ତମାନ ଏହି ସବୁ ଜିନିଷ ଓଡ଼ିଶାରେ ବି ଉପଲବ୍ଧ ହୋଇ ପାରିବ। ଷ୍ଟୁଡ଼ିଓ ମୋଦା କ୍ରିଏଟିଭ୍ ଫାସନ୍ ହାଉସ୍ ଦ୍ବାରା ପ୍ରସ୍ତୁତ ହୋଇଛି। ଯୁବ ପିଢ଼ିଙ୍କ ଚାହିଦାକୁ ଆଖିରେ ରଖି କମ୍ପାନୀର ପୋଷାକ ମୂଲ୍ୟ ମଧ୍ୟ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ପ୍ରାପ୍ତ ହେଉଛି। ଦେଶରେ ଚହଳ ପକାଇଥିବା ସିନ୍ ବ୍ରଣ୍ଡ ହାଇଦ୍ରାବାଦରେ ୨ଟି, ସିଲିଗୁଡ଼ିରେ ୨ଟି, ଜୟପୁର, ଜାମସେଦପୁର ଓ ରାଜକୋଟ ଠାରେ ଗୋଟିଏ ଲେଖାଏଁ ସୋରୁମ୍ ପ୍ରତିଷ୍ଠା କରିବାପରେ ଏବେ ଓଡିଶାର ଭୁବନେଶ୍ବରେ ଦେଶର ଅଷ୍ଟମ ସୋରୁମ୍ ଉଦଘାଟନ କରିଛି।
କମ୍ପାନୀର ବ୍ୟବସାୟ ମୁଖ୍ୟ ନିତେଶ କେଡ଼ିଆ ଏହି ସୋରମ୍ର ଉଦଘାଟନ କରି କହିଛନ୍ତି ଯେ, କମ୍ପାନୀ ଆସନ୍ତା ଆର୍ଥିକ ବର୍ଷ ମଧ୍ୟରେ ଦେଶରେ ୨୫ଟି ଆଉଟଲେଟ୍ ଖୋଲିବାରେ ଲକ୍ଷ୍ୟ ରଖିଛି।
Comments are closed.