Odisha Link
Bridging the Missing Links in Odisha

ପୁଲିସ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ପୁଲିସ୍‌ ଡିଜି ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ୍‌ ଡିଜି ଭାବେ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଜୟ କୁମାର ଶର୍ମା ହେଉଛନ୍ତି ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ। ପୂର୍ବରୁ ମଧ୍ୟ ସେ କିଛିଦିନ ପାଇଁ ପୁଲିସ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟରେ ଦୁଷ୍କର୍ମ, ଲୁଟ୍‌ପାଟ୍‌ ଓ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଏଭଳି ସ୍ଥିତିରେ କିଭଳି ଆଇନଶୃଙ୍ଖଳା ରକ୍ଷା କରାଯିବ ତାହା ପାଇଁ ବିଜୟ କୁମାର ଶର୍ମାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ।

Comments are closed.