Odisha Link
Bridging the Missing Links in Odisha

୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି । ଉକ୍ତ ଧାରାକୁ ଉଚ୍ଛେଦ କରାଯିବା ପରେ ସେଠାରେ ସେନା ମୁତୟନ କରାଯାଇଛି । ଏପରିକି ସେଠାରେ ୧୪୪ ଧରା ମଧ୍ୟ ଜାରି କରାଯାଇଛି । ଯେଉଁଥିପାଇଁ ସେଠାରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସାମ୍ପ୍ରତିକ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ ଗୁରୁବାର ଅପରାହ୍ଣ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଅଲ ଇଣ୍ଡିଆ ରେଡିଓ ଯୋଗେ ମୋଦି ଦେଶବାସୀଙ୍କ ଉଦେ୍ଧଶ୍ୟରେ ନିଜ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି ।

Comments are closed.