Odisha Link
Bridging the Missing Links in Odisha

ନୂଆପଡ଼ା ଜିଲ୍ଲାରେ ଲୁଚକାଳି ଖେଳୁଛି ବାଘ ; ଲୋକେ ଭୟଭୀତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଲୁଚକାଳି ଖେଳୁଛି ବାଘ। ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ଗତ ଦୁଇ ତିନି ଦିନ ହେଲାଣି ଜିଲ୍ଲାର ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି।
ଗାଁ ପାଖରେ ବାଘ ୨ଟିକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଥିଲେ ବି ବାଘକୁ ଧରିବାରେ ସକ୍ଷମ ହୋଇନାହାଁନ୍ତି। ବାଘ ଦୁଇଟି କୌଣସି ଧନଜୀବନ କ୍ଷତି କରିଥିବାର ସୂଚନା ନାହିଁ।

Comments are closed.