ସ୍ୱାଧୀନତା ଦିବସରେ ବୀର ଅଭିନନ୍ଦନଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ : ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର ଏଫ୍ ୧୬ ଫାଇଟର୍ ଜେଟ୍କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ବୀରତାର ସହ ଏହାକୁ ସାମ୍ନା କରିଥିଲେ। ଅଭିନନ୍ଦନଙ୍କ ବୀର, ସୌର ଏବଂ ସାହାସିକତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।
ବାଲାକୋଟ୍ ଏୟାରଷ୍ଟାଇକ୍ ପରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ ବିମାନ। ପାକିସ୍ତାନର ଏଫ୍ ୧୬କୁ ଘଉଡ଼ାଇବା ସହ ଏହାକୁ ଖସାଇ ଦେଇଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ତେବେ ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣା ହେବା ପରେ ସେ ପାକିସ୍ତାନ ସୀମାକୁ ଭୁଲବଶତଃ ଚାଲିଯାଇଥିଲେ। ଭାରତର କୁଟନୈତିକ ଚାପ ପରେ ଅଭିନନ୍ଦନଙ୍କୁ ଫେରାଇଥିଲା ପାକିସ୍ତାନ।