Odisha Link
Bridging the Missing Links in Odisha

ଗୁୁଗୁଲ ଡୁଡୁଲରେ ସ୍ବାଧୀନତା ଦିବସ

ଭୁବନେଶ୍ବର: ଅଗଷ୍ଟ ୧୫।ସାରା ଭାରତ ପାଇଁ ଏହି ଦିନ ହେଉଛି ସ୍ବତନ୍ତ୍ର। କାରଣ ଆଜିର ଦିନରେ ଭାରତ ଇଂରେଜ ମାନଙ୍କ ଶାସନ କବଳରୁ ସ୍ବାଧୀନ ହୋଇଥିଲେ। ସାରା ଭାରତ ଆଜି ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ୧୯୪୭ ମସିହା ଆଜିର ଦିନରେ ଭାରତ ହୋଇଥିଲା ସ୍ବାଧୀନ। ଏହି ଅବସରରେ ଗୁଗୁଲ ମଧ୍ୟ ଡୁଡୁଲ ସାହାଯ୍ୟରେ ଭାରତର ସ୍ବାଧୀନତା ଦିବସକୁ ସ୍ଥାନ ଦେଇଛି। ଏକ ସ୍ବତନ୍ତ୍ର ଭାବେ ଗୁଗୁଲ ଭାରତର ସ୍ବାଧୀନତା ଦିବସକୁ ଉପସ୍ଥାପିତ କରିଛି।

ଆଜିର ଏହି ପବିତ୍ର ଦିବସରେ ଗୁଗୁଲ ଏକ ରଙ୍ଗ ବିରଙ୍ଗର ଡୁଡୁଲ ବନାଇଛି। ଏହି ଡୁଡୁଲରେ ଆପଣମାନେ ସଂସଦ ଭବନ, ଜାତୀୟ ପଶୁ ବାଘ ଓ ମେଟ୍ରୋ ରେଳ ଦେଖିବାକୁ ପାଇ ପାରିବେ। ଏଥି ସହିତ ଚନ୍ଦଯାନ-୨ର କିଛି ଝଲକ ମଧ୍ୟ ଆପଣ ଦେଖିବାକୁ ପାଇ ପାରିବେ। ଏହି ଗୁଗୁଲ ଡୁଡୁଲଟିକୁ ଭାରତ ଜନ୍ମିତ ଶାହିଭାଲିନି କୁମାର ବନେଇଛନ୍ତି। ଏଭଳି ଡୁଡୁଲ ବନାଇ ରାଷ୍ଟ୍ରପାଇଁ ସମର୍ପିତ କରିଛନ୍ତି କୁମାର।

Comments are closed.