Odisha Link
Bridging the Missing Links in Odisha

ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ ଓ ଚାଇନା

ୱାଶିଂଟନ୍‌: ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ ଓ ଚୀନ। କାରଣ ଭାରତ ଓ ଚାଇନା ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓରୁ ଟ୍ୟାଗ ପାଇଛନ୍ତି। ହେଲେ ସେମାନେ ବିକାଶଶୀଳ ନୁହନ୍ତି ବରଂ ବିକଶିତ। ତେଣୁ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ସେମାନେ ବହୁ ସୁବିଧା ହାସଲ କରୁଛନ୍ତି। କିନ୍ତୁ ମୁଁ ଆଗକୁ ଏହା କରିବାକୁ ଦେବିନାହିଁ। ଏହି ଟ୍ୟାଗକୁ ହଟାଯିବ ବୋଲି ଆଜି ଟ୍ରମ୍ପ କହିଛନ୍ତି।

ଏଥିସହିତ ଟ୍ରମ୍ପ କହିଛନ୍ତି, “ୱାର୍ଲଡ ଟ୍ରେଡ୍‌ ସେଣ୍ଟର କେମିତି ଗୋଟିଏ ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦିଏ, ତାହା ପ୍ରଥମେ ସ୍ପଷ୍ଟ କରୁ। ଡବ୍ଲ୍ୟୁଟିଓ ଚାଇନା, ଭାରତ ଓ ତୁର୍କୀ ଭଳି ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଥିବାରୁ ଏମାନେ ବହୁ ସୁବିଧା ସୁଯୋଗ ହାସଲ କରୁଛନ୍ତି। ଭାରତ ଓ ଚାଇନା ହେଉଛନ୍ତି ଏସିଆ ମହାଦେଶର ଦୁଇ ସମୃଦ୍ଧ ରାଷ୍ଟ୍ର। ତଥାପି ସେମାନେ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ବହୁ ଫାଇଦା ହାସଲ କରୁଛନ୍ତି। ଏହା ବନ୍ଦ ହେବା ଦରକାର। ଏଭଳି ଟ୍ୟାଗ ଦ୍ୱାରା ଆମେରିକା କ୍ଷତିଗ୍ରସ୍ତ ହେଉଛି। ଆଶା ଡବ୍ଲ୍ୟୁଟିଓ ଏହାର ବିଚାର କରିବ।”

ସୂଚନାଥାଉକି, ବାଣିଜ୍ୟ କାରବାରକୁ ନେଇ ଗତ କିଛି ମାସ ହେଲା ଆମେରିକା ଏବଂ ଚୀନ ମଧ୍ୟରେ ତୀକ୍ତତା ବଢିଯାଇଛି। ସେହିପରି ଉଚ୍ଚ ତାରିଫକୁ ନେଇ ଭାରତ ସହିତ ମଧ୍ୟ ଆମେରିକାର ମତଭେଦ ରହିଛି।

Comments are closed.