Odisha Link
Bridging the Missing Links in Odisha

ପାକ୍‌-ଅଧିକୃତ କଶ୍ମୀରରେ ପତାକା ଉତ୍ତୋଳନ କଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ: ଆଜି ପାକିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ। ତେବେ ପାକିସ୍ତାନ ସରକାର ଆଜିର ଦିନକୁ କଶ୍ମୀର ସମର୍ଥନ ଦିବସ ଭାବେ ମଧ୍ୟ ପାଳନ କରୁଛି। ଆସନ୍ତା କାଲି ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ଭାବରେ ପାଳନ କରିବ ପାକିସ୍ତାନ। ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପ୍ରତିବାଦରେ ପାକିସ୍ତାନ ସରକାର ଏହି ପଦକ୍ଷେପ ନେଇଥିବା ପ୍ରକାଶ ପାଇଛି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକ ଅଧିକୃତ କଶ୍ମୀରର ରାଜଧାନୀ ମୁଜାଫରାବାଦ ଗସ୍ତରେ ଯାଇ ସେଠାକାର ବିଧାନସଭାରେ ଉଦବୋଧନ ଦେବା ସହ ପାକିସ୍ତାନ ପତାକା ଉତ୍ତୋଳନ କରିଛନ୍ତି। ସୂଚନାଯୋଗ୍ୟ ଯେ ପାକ୍‌ ଅଧିକୃତ କଶ୍ମୀରକୁ ମଧ୍ୟ ନିଜର ଅଞ୍ଚଳ ବୋଲି ଭାରତ ସରକାର ଘୋଷଣା କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରରୁ ଧାରା ପ୍ରତ୍ୟାହାର କରି ଏକ ବଡ଼ ଭୁଲ କରିଦେଇଛନ୍ତି। ନିଜ ଅଜାଣତରେ ସେ କଶ୍ମୀର ସମସ୍ୟାକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ କରିଦେଇଛନ୍ତି। ଏବେ ସମଗ୍ର ବିଶ୍ୱର ନଜର କଶ୍ମୀର ଓ ପାକିସ୍ତାନ ଉପରେ ରହିଛି। କଶ୍ମୀରରେ କର୍ଫ୍ୟୁ ଉଠିଲା ପରେ ସେଠାରେ କ’ଣ ଦେଖିବାକୁ ମିଳିବ ତାହା ଭାବିଲେ ଭଲ ଲାଗୁଛି ବୋଲି ସେ କହିଛନ୍ତି।

Comments are closed.