Odisha Link
Bridging the Missing Links in Odisha

ବାଲ୍ୟବିବାହ ନିରୋଧ ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟବିବାହ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟବିବାହ ଭଳି ଏକ ନିନ୍ଦନୀୟ ସାମାଜିକ ପ୍ରଥାକୁ ରୋକିବା ନିମନ୍ତେ ଜିଲ୍ଲାର ନାଗରିକମାନଙ୍କୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୨୦୦ ଛାତ୍ରଛାତ୍ରୀ, ପୋଲିସ୍‌, ସ୍କାଉଟ୍‌ଗାଇଡ୍‌ ସେ୍ୱଚ୍ଛାସେବୀମାନେ ବାଲ୍ୟବିବାହ ନିରୋଧ ପାଇଁ ଏକତ୍ର ଶପଥ ଗ୍ରହଣ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ଳୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବାଲ୍ୟବିବାହ ନିରୋଧ ଅଧିକାରୀମାନେ ମଧ୍ୟ ନିଜ ନିଜ ପ୍ରକଳ୍ପ ଅଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବାଲ୍ୟବିବାହ କ୍ଷେତ୍ରରେ ମୟୂରଭଞ୍ଜ ଏକ ସମ୍ବେଦନଶୀଳ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରେ ବାଲ୍ୟବିବାହ ରୋକିବାକୁ ପ୍ରଶାସନ ତରଫରୁ ସଚେତନତା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି।


୧୫ ଅଗଷ୍ଟ ସ୍ୱାଧୀନତା ଦିବସ ପାଳନ ଅବସରରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ଗ୍ରାମସଭାରେ ବାଲ୍ୟବିବାହ ପ୍ରସଙ୍ଗକୁ ଆଲୋଚନା କାର୍ଯ୍ୟକ୍ରମରେ ସ୍ଥାନିତ କରିବାକୁ ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି। ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ ହେତୁ ଅନେକ ବାଲ୍ୟବିବାହକୁ ରୋକାଯାଇପାରିଛି। ମହିଳା ଓ ଶିଶୁ ବିକାଶ ବିଭାଗର ନିରନ୍ତର ଉଦ୍ୟମ ଏବଂ ବିଭିନ୍ନ ପଦକ୍ଷେପ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ପୋଲିସର ସହାୟତାରେ ୨୦୧୮-୧୯ ବର୍ଷରେ ରାଜ୍ୟରେ ୩୯୭ଟି ବାଲ୍ୟବିବାହକୁ ରୋକାଯାଇପାରିଛି।

Comments are closed.