Odisha Link
Bridging the Missing Links in Odisha

ପାକିସ୍ତାନର ଦାବିକୁ ଖାରଜ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗତକାଲି ସ୍ବାଧୀନତା ଦିବସରେ ଭାରତୀୟ ଯବାନଙ୍କ ଗୁଳିରେ ୩ ପାକିସ୍ତାନ ଯବାନ ନିହତ ହୋଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି ଭାରତ।

ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ ଯବାନ ନିହତ ହୋଇଥିଲେ। ଯାହାକୁ ପାକିସ୍ତାନ ମଧ୍ୟ ସ୍ୱୀକାର କରିଛି। ଏହାପରେ ଭାରତର ୫ ଯବାନ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଥିବା ପାକିସ୍ତାନ ଆର୍ମିର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର ଟୁଇଟ କରି କହିଥିଲେ। ଏମିତିକି ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ କଶ୍ମୀର ସ୍ଥିତିକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି ବୋଲି ପାକିସ୍ତାନ ସେନାର ମୁଖପାତ୍ର କହିଥିଲେ। ଏହାପରେ ପାକିସ୍ତାନର ଏହି ଦାବିକୁ ଆଜି ଭାରତୀୟ ସେନା ଖାରଜ କରିବା ସହିତ ଏହାକୁ ଭିତ୍ତିହୀନ ବୋଲି କହିଛି।

Comments are closed.