Odisha Link
Bridging the Missing Links in Odisha

ଓଲଟିଲା ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଯାତ୍ରୀବାହୀ ବସ

ଅନୁଗୁଳ: ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଏକ ବସ୍‌ କନ୍ଧକୋରଡା ଛକ ନିକଟରେ ଓଲଟି ପଡିଛି। ଫଳରେ ବସ୍‌ରେ ଥିବା ପାଞ୍ଚଜଣ ଯାତ୍ରୀ ଆହତ ଥିବା ବେଳେ ଜଣେ ମହିଳା ଚାପି ହୋଇ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଓଆର ୧୯ ଏମ୍‌ ୫୫୭୪ ନମ୍ବର ସୁଲୁ ଟ୍ରାଭେଲସ୍‌ର ଓମ୍‌ ସାଇ ବସ କନ୍ଧକୋରଡା ଛକ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଆଜି ଅପରାହ୍ନ ସାଢେ ଦୁଇଟାରେ ଘଟିଥିବା ସ୍ଥାନୀୟଲୋକେ କହୁଛନ୍ତି। ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଛି । ବସ୍‌ ତଳେ ଚାପି ହୋଇ ରହିଥିବା ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Comments are closed.