Odisha Link
Bridging the Missing Links in Odisha

ଆଜିଠାରୁ +୩ ସ୍ପଟ ଆଡ଼ମିଶନ

ଭୁବନେଶ୍ୱର : ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ। ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍‌ଲାଇନରେ ଆଡମିସନ ଫି’ ଡିପୋଜିଟ କରିବେ।
୨୩ ତାରିଖରେ ନାମଲେଖା ହେବ। ଆସନ୍ତା ୨୪ତାରିଖରୁ ପାଠପଢ଼ା ଆରମ୍ଭ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ନାମଲେଖା ହୋଇଥିବା ବେଳେ ଅନେକ କଲେଜରେ ସିଟ୍ ଖାଲିପଡ଼ିଛି। ଏଗୁଡ଼ିକ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।

Comments are closed.