Odisha Link
Bridging the Missing Links in Odisha

ଚିଲିକା ପାଇଁ ୧୫୮ କୋଟି

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି। ଏହା ଦ୍ୱାରା ଚିଲିକା ପାଶ୍ୱର୍ବର୍ତ୍ତୀ ୧୫୧ ଟି ଗ୍ରାମର ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଅଂଶୁପା ହ୍ରଦର ବିକାଶ ପାଇଁ ମଧ୍ୟ ୨୧କୋଟି ୨୩ ଲକ୍ଷର ଯୋଜନାକୁ ମଞ୍ଜୁରୀ ମିଳିଛି। ଭିତରକନିକା ଆର୍ଦ୍ରଭୂମି ପାଇଁ ବି ଯୋଜନାକୁ ଅନୁମୋଦନ ମିଳିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

Comments are closed.