Odisha Link
Bridging the Missing Links in Odisha

ପପୁଙ୍କ ପୋଷ୍ଟରକୁ ଦୂତୀଙ୍କ ବିରୋଧ

ଭୁବନେଶ୍ବର: ବିବାଦରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍। ପପୁଙ୍କ ପିଛା ଛାଡ଼ୁନି ବିବାଦ। ପପୁଙ୍କ ଆଗାମୀ ସିନେମାର ପୋଷ୍ଟରକୁ ନେଇ ବିବାଦ ଘେରରେ ପପୁ। ତାଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ଟ୍ରୋଲ ହେଉଛନ୍ତି ପପୁ। ଏନେଇ ମୁହଁ ଖୋଲିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ।

ଦୂତୀ କହିଛନ୍ତି,

ମୁଁ ଏ ପୋଷ୍ଟରକୁ ବିରୋଧ କରୁଛି। ନାରୀ ମାନଙ୍କୁ ଏ କି ସମ୍ମାନ? ନାରୀ ମାନେ କଣ ପୁରୁଷଙ୍କ ପାଇଁ କୁକୁର? ଏ କି ପୋଷ୍ଟର ମୋତେ ଜମା ଭଲ ଲାଗୁନି। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜନା ଟିମ୍‌ଙ୍କୁ ଅନୁରୋଧ କରୁଛି କି ଏ ପୋଷ୍ଟର ଟିକୁ ଶ୍ରୀଘ୍ର ହଟାଯାଉ।


ଗଣେଶ ପୂଜା ଅବସରରେ ମୁକ୍ତି ଲାଭ କରିବାକୁ ଯାଉଥିବା ପପୁଙ୍କର ଏହି ସିନେମାର ଏକ ପୋଷ୍ଟର ରିଲିଜ କରିଛି ପ୍ରଯୋଜନା ସଂସ୍ଥା। ଯେଉଁ ପୋଷ୍ଟରରେ ପପୁ କେତେଜଣ ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି ଆଉ ପପୁଙ୍କର ଏହି ଅବତାର ଦର୍ଶକ ପ୍ରଶଂସା କରିବା ପରିର୍ତ୍ତେ କଡା ଭାଷାରେ ସମାଲୋଚନା କରିଛନ୍ତି। ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଉଭୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ ମଧ୍ୟ କରିଛନ୍ତି ୟୁଜର୍ସ।

ରିଲିଜ୍ ହୋଇଥିବା ପୋଷ୍ଟରରେ ପପୁଙ୍କର ଏଭଳି ଅବତାରକୁ ଅତି କଟାକ୍ଷ କରି ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ୟୁଜର୍ସ। ଏହି ପୋଷ୍ଟରରେ ନାରୀମାନଙ୍କୁ ଏ କି ସମ୍ମାନ ଦିଆଯାଇଛି ବୋଲି କିଛି ୟୁଜର ପ୍ରଶ୍ନ କରିବା ସହ ସିନେମା ପ୍ରଯୋଜନା ସଂସ୍ଥାଙ୍କୁ ଏହି ପୋଷ୍ଟରଟିକୁ ତୁରନ୍ତ ହଟାଇ ଦେବାକୁ ଅନୁରୋଧ କରିଛନ୍ତି ୟୁଜର୍ସ। ଏହା ସିନେମା ଜଗତକୁ କୁଠାରାଘାତ କରୁଛି। ଟଙ୍କା ଲୋଭରେ ବଶବର୍ତ୍ତି ହୋଇ ଆମ ସଂସ୍କୃତି , ପରମ୍ପରା , ଇମୋସନ ଭୁୂଲି ନ ଯିବାକୁ ଅନୁରୋଧ କରିଛନ୍ତି ୟୁଜର୍ସ।

Comments are closed.