Odisha Link
Bridging the Missing Links in Odisha

ହଲିଉଡରେ ଷ୍ଟାର ବନିଲେ ବିରାଟ!

ନୂଆଦିଲ୍ଲୀ: ହଲିଉଡରେ ବିରାଟ କୋହଲି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି। ଆଶ୍ଚର୍ଯ୍ୟ ହେବା ସ୍ବଭାବିକ କଥା। ହେଲେ ସତ କଥା ଆମେ ଆପଣଙ୍କୁ କହି ରଖୁଛୁ। ଆମେ ପିଲା ବେଳୁ ସର୍ବଦା ଶୁଣିଆସିଛେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ଆପଣମାନେ ଏଭଳି କଥା ମଧ୍ୟ ପିଲାବେଳୁ ନିଶ୍ଚୟ ଶୁଣି ଆସିଥିବେ। ସେହିଭଳି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ଡୁପ୍ଲିକେଟ ରହିଛନ୍ତି। ଆପଣ ତ ପୂର୍ବରୁ ବିରାଟ କୋହଲିଙ୍କ ଡୁପ୍ଲିକେଟ ପିନ୍ସ୍‌ ବଦୋନିଆଙ୍କ କଥା ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ। କିନ୍ତୁ ଏଥର ଆପଣ ବିରାଟଙ୍କ ଡୁପ୍ଲିକେଟ୍‌ ଭାବରେ ହଲିଉଡର ଷ୍ଟାରଙ୍କୁ ଦେଖିବେ। ସେ ହେଉଛନ୍ତି ହଲିଉଡର ଲୋକପ୍ରିୟ ଅଭିନେତା ଡୋମିନିକ କୁପର। ‘କ୍ୟାପଟେନ ଆମେରିକା’ ଓ ‘ଆବ୍ରାହମ ଲିଙ୍କନ- ଦ ବାମ୍ପାୟର ହଣ୍ଟର’ଭଳି ସଫଳ ଫିଲ୍ମରେ ସେ ଅଭିନୟ କରିଛନ୍ତି।

ଦୁଇ ସେଲିବ୍ରେଟିଙ୍କ ଲୁକ୍ସରେ ଖୁବ୍‌ ସାମଞ୍ଜସ୍ୟ ରହିଛି। ସ୍ପାଇକ୍‌ ହେୟାର କଟ୍‌ ଓ ଦାଢ଼ି ଷ୍ଟାଇଲ ମଧ୍ୟ ଖୁବ ମେଳ ଖାଉଛି। ଉଚ୍ଚତାରେ କୋହଲିଙ୍କ ଠାରୁ କୁପର ମାତ୍ର ୦.୨ ମିଟର ଅଧିକ। ତେବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା କୋହଲିଙ୍କ ସହ ୪୧ ବର୍ଷୀୟ ଇଂଲିଶ ଅଭିନେତାଙ୍କ ଅନ୍ୟ କୌଣସି ସାମଞ୍ଜସ୍ୟ ନାହିଁ।