Odisha Link
Bridging the Missing Links in Odisha

ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଟେମପୋରାରି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗତକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ଦିଆଯାଇଥିଲା। ବିଦ୍ୟାଳୟରୁ ଘରକୁ ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଗାଁ ଲୋକେ ତୁରନ୍ତ ସମସ୍ତ ପିଲାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ୩୨ ଜଣ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି। ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ବିଦ୍ୟାଳୟର ରନ୍ଧା ଖାଦ୍ୟ ଖାଇ ଛାତ୍ରଛାତ୍ରୀ କାହିଁକି ଅସୁସ୍ଥ ହୋଇପଡିଲେ ? ଘଟଣାର ତଦନ୍ତ ପାଇଁ ଚିତ୍ରକୋଣ୍ଡା ତହସିଲଦାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.