Odisha Link
Bridging the Missing Links in Odisha

ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ : ପ୍ରଡକ୍ସନ୍ ୟୁନିଟକୁ ନୋଟିସ୍ ଜାରି

ଭୁବନେଶ୍ବର : ଗଣେଶ ପୂଜାରେ ମୁକ୍ତିଲାଭ ଅପେକ୍ଷାରେ ଥିବା ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି ପୋଲିସ। ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିଛି ପୋଲିସ। ଥାନାରେ ହାଜର ହେବା ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ। ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେ ପଚରାଉଚରା କରାଯିବ। ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି। କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି।
ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାକୁ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା। ପୋଷ୍ଟରର ପପୁ ମହିଳାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଏହି ପୋଷ୍ଟରକୁ ନେଇ ବିବାଦ ପରେ ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାର ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଥିଲା। ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍‌ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥିଲା। ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଥିଲା।

Comments are closed.