Odisha Link
Bridging the Missing Links in Odisha

ଟ୍ରକ୍-ଟାଟା ଏସିଇ ଧକ୍କାରେ ଡ୍ରାଇଭର ମୃତ

ପାରାଦୀପ : ଟ୍ରକ ପଛପାଖରେ ଠିଆ ହୋଇଥିବା ଡ୍ରାଇଭରଙ୍କୁ ଧକ୍କା ଦେଇଛି ଟାଟା ଏସି। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୄତ୍ୟୁ ଘଟିଥିବା ବେଳେ ଟାଟାଏସିଇରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି।
ପାରାଦୀପ ବନ୍ଦରକୁ ପଣ୍ୟ ପରିବହନ ପାଇଁ ନିୟୋଜିତ ହୋଇ ଥିବା ଟ୍ରକ୍ ଗୁଡ଼ିକ ପ୍ରାୟ ସପ୍ତାହରୁ ଅଧିକ ଦିନ ପାରାଦୀପ ଚଣ୍ଡିଖୋଲ ରାସ୍ତାରେ ଗୋଟିଏ ଲାଇନରେ ଯାତାୟତ କରୁଛି। ରାସ୍ତା ଜାମ୍ ଥିବାରୁ ଟ୍ରକ୍ ଡ୍ରାଇଭର ତଳକୁ ଓହ୍ଲାଇ ପଛପଟକୁ ଯିବା ସମୟରେ ଦୄତ ଗତିରେ ଏକ ଯାତ୍ରୀବାହୀ ଟାଟାଏସିଇ ଗାଡ଼ି ପ୍ରଥମେ ଟ୍ରକ ଡ୍ରାଇଭରଙ୍କୁ ଧକ୍କା ଦେଇଥିଲା।

Comments are closed.