Odisha Link
Bridging the Missing Links in Odisha

ନକ୍ସଲ ଭଉଣୀକୁ ଚିଠି ଲେଖିଲେ ପୁଲିସ ଭାଇ

ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳର ରାମା ବେଟ୍ଟୀ ଓ ତାଙ୍କ ଭଉଣୀ କାନି ବେଟ୍ଟୀ ଦୁହେଁ କିଛି ବର୍ଷ ତଳେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନକ୍ସଲଙ୍କ ପ୍ରରୋଚନାରେ ସେମାନେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ହେଲେ ଲାଲ ବାହିନୀରେ ଆଦର୍ଶ ବୋଲି କିଛି ନ ଥିବା ଜାଣି ୨୦୧୮ ମସିହାରେ ବନ୍ଧୁକ ପରିତ୍ୟାଗ କରିଥିଲେ ରାମା। ପରେ ସେ ସୁକମା ପୁଲିସ କନଷ୍ଟେବଳ ପଦବୀରେ ଚାକିରି କରିଥିଲେ। ଏବେ ନକ୍ସଲ ବିରୋଧୀ ଅପରେସନରେ ସାମିଲ ହୋଇଛନ୍ତି। ହେଲେ ରାମାଙ୍କ ନିବେଦନ ସତ୍ତ୍ୱେ ଭଉଣୀ କିନ୍ତୁ ନକ୍ସଲ ସଙ୍ଗଠନ ଛାଡି ପାରିନାହିଁ। ଛତିଶଗଡ଼ କୋଣ୍ଟା ଜଙ୍ଗଲରେ ଗୋଟିଏ ପଟେ ନକ୍ସଲ ଭଉଣୀ ଓ ଅନ୍ୟପଟେ ନକ୍ସଲ ବିରୋଧୀ ଅପରେସନରେ ସାମିଲ କନଷ୍ଟେବଳ ଭାଇ ରାମା।
କେତେବେଳେ ବି ନକ୍ସଲ ବିରୋଧୀ ଅପରେସନରେ ଚାଲି ଯାଇପାରେ ଭଉଣୀର ଜୀବନ। ତେଣୁ କନଷ୍ଟେବଳ ଭାଇ ତା’ର ଉଭଣୀକୁ ନକ୍ସଲ ସଙ୍ଗଠନ ପରିତ୍ୟାଗ କରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଗୁହାରି କରିଛି। ହେଲେ ଭଉଣୀ ଭାଇ କଥା ଶୁଣିବାକୁ ନାରାଜ। ଏଥିପାଇଁ ଭଉଣୀ ପାଇଁ ଚିନ୍ତାରେ ପଡ଼ିଯାଇଛି ଭାଇ। କାରଣ ଜଙ୍ଗଲରେ ନକ୍ସଲଙ୍କୁ ନିପାତ କରିବା ପାଇଁ ପଣ ନେଇଛନ୍ତି ନକ୍ସଲ ଅପରେସନରେ ସାମିଲ ରାମା। ହେଲେ ଉଭଣୀର ଜିଦ୍ ପାଇଁ ବେଶି ଚିନ୍ତିତ ରାମା। ନକ୍ସଲଙ୍କ ମୁଖ୍ୟ ପୁରୋଧା ସାଜିଛି ଭଉଣୀ କାନି।

କାନି କିମ୍ବା ଅନ୍ୟ ନକ୍ସଲମାନେ ପୁଲିସ୍ ନିକଟରେ ଆତ୍ମସମର୍ପଣ କଲେ ସରକାରଙ୍କ ଯୋଜନା ଅନୁଯାୟୀ ସହାୟତା ମିଳିବ ବୋଲି ସୁକମା ଏସ୍‌ପି ସଲଭ ସିହ୍ନା କହିଛନ୍ତି। କେବଳ ରାମା ନୁହେଁ, ଅନେକ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଥଇଥାନ ପରେ ଏବେ ସେମାନେ ନକ୍ସଲ ବିରୋଧୀ ଅପରେସନର ଆଗଧାଡିର ଯୋଦ୍ଧା ସାଜିଛନ୍ତି। ଯାହାକି ନକ୍ସଲ ଦମନରେ ବେଶ ସଫଳତା ମିଳିବା ସହ ନକ୍ସଲଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏକ ପ୍ରକାର ବାର୍ତ୍ତା ଦିଆଯାଉଛି ବୋଲି ଏସପି କହିଛନ୍ତି।

Comments are closed.