Odisha Link
Bridging the Missing Links in Odisha

ଏଥର ଯେଉଁଠି ବି ନେଇ ହେବ ରାସନ

ଭୁବନେଶ୍ୱର: ଏଣିକି ହିତାଧିକାରୀ ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଏହା ଲାଗୁ କରାଯିବ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୱାନ ନେସନ, ୱାନ ରାସନ କାର୍ଡ ଲାଗୁ କରିବାକୁ ଯାଉଛନ୍ତି। ସେହି ବ୍ୟବସ୍ଥା ଅନୁସାରେ ଓଡ଼ିଶା ସରକାର ଏହାକୁ ଲାଗୁ କରିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

Comments are closed.