Odisha Link
Bridging the Missing Links in Odisha

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଜଗତସିଂହପୁର : ଗତକାଲି ମଧ୍ୟ ରାତ୍ରିରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ହଠାତ୍ ପ୍ରସୂତୀ ବିଭାଗରେ ଥିବା ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ବାହରିଥିଲା। ବିଦ୍ୟୁତ ତାର ପୋଡିଯାଇ ବିଦ୍ୟୁତ କାଟ ହେବା ସହ ସବୁ ଆଡ ଧୂଆଁମୟ ହୋଇ ଯାଇଥିଲା। ଫଳରେ ବିଭିନ୍ନ ବେଡରେ ଥିବା ଶତାଧିକ ରୋଗୀ ଜୀବନ ବିକଳରେ ବାହାରକୁ ବାହାରି ଆସିବା ସହ ସାରା ରାତି ଖୋଲା ଆକାଶ ତଳେ ବସି ରହିଥିଲେ। ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବାର ଜଣାପଡିଛି।
ବିଶେଷ କରି ସିଜରିଂ ହୋଇଥିବା ପ୍ରସୂତୀ ଓ ନବଜାତ ଶିଶୁମାନଙ୍କୁ ତଳକୁ ଆଣିବା ପାଇଁ ନାକେଦମ ହୋଇ ପଡିଥିଲେ ସେମାନଙ୍କ ସଂପର୍କୀୟ ମାନେ। ଆସି ପାରି ନଥିବା ଅନ୍ୟ ରୋଗୀମାନଙ୍କୁ ପରେ ଲୋକଙ୍କ ମାଧ୍ୟମରେ ଉଦ୍ଧାର କରାଯାଇଥିଲା। ଭୟ ଓ ଅନ୍ଧକାର ଯୋଗୁଁ ରୋଗୀମାନେ ସାରା ରାତି ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ଖୋଲା ଆକାଶ ତଳେ ପଡି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ କାହାରିବି ଦେଖା ଦର୍ଶନ ମିଳିନଥିବା ଅଭିଯୋଗ ହୋଇଛି। ଡିୟୁଟିରେ ଥତ୍ବା ସିକ୍ୟୁରିଟି କର୍ମଚରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ନେଇ ରାତି ଡ୍ୟୁଟିରେ ଥିବା ଡାକ୍ତର ମାନେ କହିଛନ୍ତି ଯେ, ରୋଗୀମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଅଧିକ ଚିକିତ୍ସା ପାଇଁ ବିଭାଗୀୟ ଅନ୍ୟାନ୍ୟ ଡାକ୍ତର ଓ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଖବର ଦିଆ ଯାଇଛି।

Comments are closed.