Odisha Link
Bridging the Missing Links in Odisha

ଟ୍ରକ୍ ଧକ୍କାରେ ଦୁଇଟି ହାତୀ ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଜୋଡି ନିକଟରେ ୨୦ନଂ ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଟ୍ରକ୍ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ଘଟିଛି। ଅନ୍ୟ ଗୋଟିଏ ହାତୀ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲା।
ମୃତ ଦୁଇଟି ହାତୀ ମଧ୍ୟରୁ ଗୋଟିଏ ୩ମାସର ଥିବାବେଳେ ସମସ୍ତ ମୃତ ଓ ଗୁରୁତର ହାତୀ ମାଈ ହାତୀ ବୋଲି ଜଣାପଡିଛି। ହାତୀମାନେ ରାସ୍ତା ପାରି ହେଉଥିବା ବେଳେ ଦୁଇଟି ଟ୍ରକ୍ ହାତୀମାନଙ୍କୁ ଧକ୍କା ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଗୋଟିଏ ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଅନ୍ୟ ଟ୍ରକଟି ଧରାପଡିଛି। ତେବେ ଉକ୍ତ ଗାଡିର ଡ୍ରାଇଭର ମଧ୍ୟ ଫେରାର ହୋଇଯାଇଛି। ଘଟଗାଁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁତର ହାତୀର ଚିକିତ୍ସା ଆରମ୍ଭ ହୋଇଛି।

Comments are closed.