Odisha Link
Bridging the Missing Links in Odisha

ଚାହା ବିକିଲେ ମମତା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଚାହା ବିକି ଏବେ ଚର୍ଚ୍ଚାରେ ମମତା। ଦିନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାହା ବିକାଳି କହି ଚର୍ଚ୍ଚାରେ ଥିବା ମମତା ଏବେ ନିଜେ ଚାହା ବିକି ଚର୍ଚ୍ଚାରେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଘାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇଦିନିଆ ଦୀଘା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଗତକାଲି ଦୀଘା ବେଳାଭୂମୀରେ ଦିଦି ଏକ ଚାହା ଦୋକାନରେ ସେ ନିଜେ ଚାହା ତିଆରି କରିଥିଲେ। ସେଠାରେ କିଛି କର୍ମଚାରୀ ଓ ଲୋକଙ୍କୁ ଚାହା ଦେଇଥିଲେ। ମମତାଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

ଏନେଇ ମମତା ତାଙ୍କ ଟ୍ବିଟରରେ ଭିଡିଓ ସେୟାର କରିଛନ୍ତି ଏବଂ ଜୀବନରେ ଏମିତି କିଛି ମୂହୁର୍ତ୍ତ ଥାଏ ଯାହା ଆମକୁ ଆନନ୍ଦ ଦେଇଥାଏ ବୋଲି ଲେଖିଛନ୍ତି। ଦିଦି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାହା ବିକାଳି କହି ପରିହାସ କରୁଥିଲେ। ଗତକାଲି ଅପରାହ୍ନରେ ମୋଦିଙ୍କ ଷ୍ଟାଇଲରେ ଚାହା ଦୋକାନରେ ଚାହା ତିଆରି କରି ଲୋକଙ୍କୁ ଦେବା ପରେ ଦିଦି ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ଦିଦି ଚାହା ଦୋକାନରେ କୁନି କୁନି ପିଲାଙ୍କୁ ଗେଲ କରିବା ସହିତ କାଖେଇ ଥିଲେ। ମମତା ବାନାର୍ଜୀ ମଙ୍ଗଳବାର ଓ ବୁଧବାର ଦୁଇ ଦିନିଆ ଦୀଘା ଗସ୍ତରେ ଆସିଥିଲେ।

Comments are closed.