Odisha Link
Bridging the Missing Links in Odisha

୭,୨୫୭ ଆବେଦନକାରୀଙ୍କୁ ମିଳିଲା ମଞ୍ଜୁରୀ : କାଳିଆ ଯୋଜନା

ଭୁବନେଶ୍ବର : କାଳିଆ ଯୋଜନା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ବୈଠକରେ କାଳିଆ ବୃତ୍ତି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । କାଳିଆ ବୃତ୍ତି ଯୋଜନାରେ ଆବେଦନ କରିଛନ୍ତି ୧୯,୨୪୭ ଜଣ । ୭,୨୫୭ ଆବେଦନକାରୀଙ୍କୁ ମିଳିଲା ମଞ୍ଜୁରୀ । ନୋଡାଲ ଅଫିସରଙ୍କ ଜରିଆରେ ୬୬୨ ଆବେଦନ ପତ୍ରକୁ ସ୍ବୀକୃତି ମିଳିଛି । ରାଜ୍ୟର ମୋଟ୍ ୧୮୭ଟି କଲେଜରୁ ଆସିଥିଲା ଆବେଦନ ପତ୍ର । ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜରୁ ସର୍ବାଧିକ ଆବେଦନ ପତ୍ର ଆସିଛି ।
ସୂଚନା ଅନୁସାରେ, ‘କାଳିଆ’ ଯୋଜନାକୁ ବ୍ୟାପକ କରାଯିବା ଲାଗି ‘କାଳିଆ ଛାତ୍ରବୃତ୍ତି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ‘କାଳିଆ’ ଯୋଜନା ହିତାଧିକାରୀଙ୍କ ପିଲାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଭ ପାଇପାରିବେ । ଏହି ଯୋଜନାରେ ଚାଷୀ ପୁଅ ଝିଅଙ୍କର ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ୨୦ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍ ମିଳିବା ନେଇ ଘୋଷଣା ହୋଇଥିଲା ।

Comments are closed.