Odisha Link
Bridging the Missing Links in Odisha

ବାଦପୁର ଘାଟିରେ ବାଇକକୁ ଧକ୍କା ଦେଲା ଟ୍ରକ୍

ଗଜପତି : ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ବାଦପୁର ଘାଟିରେ ପାଇପ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜମସାହିର ବନ୍ଧୁ ମାଝୀ । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରେ ଏକ ଟ୍ରକ୍ ପାଇପ ବୋଝେଇ ହୋଇ ପାରଳାଖେମୁଣ୍ଡିରୁ ଆସୁଥିଲା। ବାଦପୁର ଘାଟିରେ ବାଇକରେ ବନ୍ଧୁ ମାଝି ନିଜ ଗାଁକୁ ଫେରୁଥିବାବେଳେ ଟ୍ରକଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ବନ୍ଧୁ ଗୁରୁତର ଆହତ ହୋଇଥିଲେ ଓ ଟ୍ରକଟି ରାସ୍ତା କଡରେ ଗାର୍ଡ ଓ୍ବାଲକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବନ୍ଧୁଙ୍କୁ ଆର.ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି ।ଆର. ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.