Odisha Link
Bridging the Missing Links in Odisha

ଋଷିକୁଲ୍ୟାରେ ଭାସିଗଲେ ୫ ଝିଅ

ହିଞ୍ଜିଳିକାଟୁ : ଖୁଦୁରୁକୁଣୀ ବ୍ରତ ପାଳନ କରୁଥିଲେ। ବ୍ରତ ପୂଜା କରିବା ପୂର୍ବରୁ ରବିବାର ପୂର୍ବାହ୍ନରେ କଳସରେ ପାଣି ଆଣିବାକୁ ଋଷିକୁଲ୍ୟା ନଦୀକୁ ଯାଇଥିବା ୫ ଜଣ ଝିଅ। ହେଲେ ପାଞ୍ଚ ଜଣ ଋଷିକୁଲ୍ୟା ନଦୀରେ ଭାସି ଯାଇଥିଲେ । ସୌଭାଗ୍ୟ ବଶତଃ ୪ ଜଣ ବର୍ତ୍ତି ଯାଇଛନ୍ତି। ଜଣେ ଏଯାବତ୍ ନିଖୋଜ ଅଛନ୍ତି। ଶେରଗଡ଼ ବ୍ଲକ ତହଁର ପଞ୍ଚାୟତ କାଞ୍ଜିଆମ ଗ୍ରାମର ପୂଜା ଜେନା (୧୯) ଲିଜା ବେହେରା (୧୭) ଟିକି ବେହେରା (୧୭), ରୂପାଲି ବେହେରା ୧୬) ଓ ସିଲି ବେହେରା (୧୬) ଭାସିଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ଝିଅର ମୃତ ଦେହ ନଦୀରୁ ମିଳିଥିବା ଜାଣିବାକୁ ମିଳିଛି ।

Comments are closed.