Odisha Link
Bridging the Missing Links in Odisha

ସୋରରେ ଭୁଶୁଡ଼ିଲା ପୋଲ

ବାଲେଶ୍ବର : ଅଳ୍ପକେ ବର୍ତିଯାଇଛନ୍ତି ଗଭୀର ନଳକୂପ ଖୋଳିବାକୁ ଆସିଥିବା ଟ୍ରକ। ଖଇରା ବ୍ଲକ ତୁରିଗଡ଼ିଆ ମଛଦା ଗ୍ରାମ ରାସ୍ତାରେ ଥିବା ପୋଲ ଭୁଷୁଡ଼ିଯାଇଛି। ସୂଚନା ଅନୁଯାୟୀ ଆଜି ସକାଳେ ଏହି ଗାଁକୁ ନଳକୂପ ଖୋଳିବାକୁ ଆସିଥିବା ଟ୍ରକଟି ଯାଉଥିବା ବେଳେ ହଠାତ ଏହି ପୋଲଟି ଭାଙ୍ଗି ଯାଇଥିଲା ।
ଏହି ଟ୍ରକ ଚାଳକ ଗାଡିରୁ ଡିଆଁ ମାରି ନିଜ ଜୀବନ ରକ୍ଷା କରିଥିଲେ। ଏବେ ଏହି ଗ୍ରାମକୁ ଯୋଗାଯୋଗ କରୁଥିବା ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ୪୦୦ରୁ ଉର୍ଧ୍ଵ ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed.